Home Lifestyle ଆଜିଠୁ ମା’ ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା 

ଆଜିଠୁ ମା’ ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା 

224
0
CREDIT: ML TV ODIA
CREDIT: ML TV ODIA

ଯାଜପୁର: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରି । ଚଳଚଞ୍ଚଳ ହୋଇପଡ଼ିଛି ଦେଶ ତଥା ରାଜ୍ୟର ସବୁ ଶକ୍ତିପୀଠ । ରାଜ୍ୟର ପ୍ରସିଦ୍ଧ ଯାଜପୁର ମା’ ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ସ୍ୱରୂପ ରଥଯାତ୍ରା ଆରମ୍ଭ ହେବ । ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ଶେଷ ହୋଇଛି । ସନ୍ଧ୍ୟାରେ ରଥରେ ବିରାଜ କରି ବେଢା ପରିକ୍ରମା କରିବେ ମା’ ବିରଜା । 9 ଦିନ ଧରି ଚାଲିବ ମା’ଙ୍କ ରଥଯାତ୍ରା ପର୍ବ।

ମା’ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ:

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଆଜି ପ୍ରଥମ ଦିନରେ ସକାଳୁ ସିଂହାସନରେ ମା’ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା’ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 

ବିରଜାଙ୍କ କ୍ଷେତ୍ର ରଥଯାତ୍ରା: 

ଯାଜପୁର ମା’ ବିରଜାଙ୍କ କ୍ଷେତ୍ରରେ ରହିଛି ଅନନ୍ୟ ପରମ୍ପରା । ଦେଶ କିମ୍ବା ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେ ନାହଁ ଏଭଳି ରୀତିନୀତି । କାରଣ ମା’ ବିରଜାଙ୍କ ପୀଠରେ ପ୍ରତିବର୍ଷ ନବରାତ୍ରିର ପ୍ରଥମ ଦିନରୁ 9 ଦିନ ଧରି ନବଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ମା’ଙ୍କ ସ୍ବତନ୍ତ୍ର ପୂଜା ପରେ ମା’ ମନ୍ଦିରରୁ ବାହାରି ଥାଆନ୍ତି । 9 ଦିନ ଯାକ ମନ୍ଦିରରୁ ବାହାରି ରଥରେ ବିରାଜ କରି ପରିକ୍ରମା କରନ୍ତି  ମା’ ବିରଜା । ଆଜି ମନ୍ଦିରରେ ସ୍ବତନ୍ତ୍ର ପୂଜା ପରେ ମା’ ମନ୍ଦିରରୁ ବାହାରିବେ । ସନ୍ଧ୍ୟା ପାଖାପାଖି 6 ବେଳକୁ ରଥଯାତ୍ରା ପର୍ବ ହେବ । 9 ଦିନ ମା’ଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୁଏ । ତେବେ ସୁରକ୍ଷା ଦୃଷ୍ଟରୁ ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here