Home Odisha ୨୦ ରୁ ରାଜ୍ୟରେ ବଦଳିବ ପାଗ। କମିବ ତାତି

୨୦ ରୁ ରାଜ୍ୟରେ ବଦଳିବ ପାଗ। କମିବ ତାତି

196
0

ଭୁବନେଶ୍ବର: ଦୁଇ ଦିନ ପରେ ପାଣିପାଗର ମିଜାଜ୍ ବଦଳିବ। କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ସାରା ଓଡ଼ିଶା ବର୍ଷାରେ ଭିଜିବ। ମାର୍ଚ୍ଚ ୨୦ ରୁ ୨୨ କାଳବୈଶାଖୀର ପ୍ରଭାବରେ ବର୍ଷା ଜାରି ରହିବ। ଗୋଟେ ସପ୍ତାହରୁ ଅଧିକ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ତାପମାତ୍ରା ଅଣାୟତ୍ତ ହେଉଛି। ଗତ ୨ ଦିନ ହେବ ବୌଦ୍ଧ ଦେଶର ଉତ୍ତପ୍ତ ସହର ପାଲଟିଥିବାବେଳେ ସୋମବାର  ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଏଭଳି ଖରା ଆଉ ଦୁଇ ଦିନ ଅନୁଭୂତ ହେବ।

ତା ପରେ ପାଗ ବଦଳିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ତାତିରେ ବ୍ରେକ୍ ଲାଗିବ। ମାର୍ଚ୍ଚ ୧୯ ରୁ ୨୨ ରାଜ୍ୟରେ କାଳବୈଶାଖୀ ତାଣ୍ଡବ ରଚିବ। ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବ।୧୯ ରୁ ୨୨ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ। ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭବନା ରହିଛି।ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି, ବିଜୁଳି ଘଡ଼ଘଡ଼ି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ପବନର ବେଗ ୭୦ କିମି ରହିବା ସହିତ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଫଳରେ ୧୯ରେ ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜରେ ଝଡ଼ ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଚି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here