Home Odisha ହସ୍ପିଟାଲ ରେ ରାଜା – ପାଣ୍ଡିଆନ କଥା କଟାକଟି

ହସ୍ପିଟାଲ ରେ ରାଜା – ପାଣ୍ଡିଆନ କଥା କଟାକଟି

182
0
ml tv 1
ml tv 1


ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍ ଅଲ୍‌ମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ ହସ୍ପିଟାଲରେ ଦଳୀୟ ନେତାଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହି ହସ୍ପିଟାଲର ତୃତୀୟ ମହଲାରେ ନବୀନ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦ୍ୱିତୀୟ ମହଲାରେ ବିଜେଡିର ବହୁ ବରିଷ୍ଠ ନେତା ବସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନେତାଙ୍କ ସୂଚନା ମୁତାବକ, ରାତି ପ୍ରାୟ ୭ଟା ୩୦ରେ ସୁଜାତା କାର୍ତ୍ତିକେୟନ କେତେଜଣ ଡାକ୍ତରଙ୍କ ସହିତ ତୃତୀୟ ମହଲା ଆଡ଼କୁ ଯିବା ସମୟରେ ଦ୍ଵିତୀୟ ମହଲାରେ ଉପସ୍ଥିତ ବହୁ ନେତା ଠିଆହୋଇ ତାଙ୍କୁ ନମସ୍କାର କରିଥିଲେ। ହେଲେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ନବୀନବାବୁଙ୍କ ଦେହ ଦୁଇଦିନ ହେଲା ଖରାପ ଥିଲା, ତେବେ ତାଙ୍କୁ କାହିଁକି ଏତେ ବିଳମ୍ବରେ ହସ୍ପିଟାଲକୁ ଅଣାଗଲା। ଏ ସମ୍ପର୍କରେ ଦଳର ଅନ୍ୟ ନେତାମାନଙ୍କୁ କାହିଁକି ଖବର ଦିଆଗଲା ନାହିଁ। କ’ଣ ଏଠାରେ ଚାଲିଛି ବୋଲି ରଣେନ୍ଦ୍ର ପ୍ରଶ୍ନ ଉଠାଇଥିଲେ। ରଣେନ୍ଦ୍ରଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ସୁଜାତା ତୃତୀୟ ମହଲା ଆଡ଼କୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ହସ୍ପିଟାଲର ତୃତୀୟ ମହଲାରେ ପହଞ୍ଚି ନବୀନଙ୍କୁ ଦେଖିବାକୁ ଚାହିଁଥିଲେ। ହେଲେ ତାଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଏହାପରେ ସେଠାରେ ଭି. କାର୍ତ୍ତିକେୟନ ପାଣ୍ଡିଆନ ପହଞ୍ଚି ସାକ୍ଷାତ୍ ହୋଇପାରିବ ନାହିଁ ବୋଲି କହିବାରୁ କିଛିସମୟ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଏହାପରେ ପାଣ୍ଡିଆନ ରାଗ ତମତମ ହୋଇ ତୃତୀୟ ମହଲାରୁ ଆସି ଦ୍ୱିତୀୟ ମହଲାରେ ପହଞ୍ଚିଥିଲେ। ସେ ‘ଆଇ ଆମ୍ ଡାଉନ୍, ନଟ୍ ଆଉଟ୍’ କହିବା ସହ ଗୋଟାଏ ମିନିଟ୍‌ରେ ଦଳରୁ ସସ୍ପେଣ୍ଡ କରିଦେବି ବୋଲି ପରୋକ୍ଷରେ ରଣେନ୍ଦ୍ରଙ୍କୁ ଇଙ୍ଗିତ କରି ଚାଲିଯାଇଥିବା ସେଠି ଉପସ୍ଥିତ ଅନ୍ୟ କେତେଜଣ ନେତା ଗଣମାଧ୍ୟମକୁ ଜଣାଇଛନ୍ତି .

LEAVE A REPLY

Please enter your comment!
Please enter your name here