
ଯାଜପୁର: ଭିଜିଲାନ୍ସ ଜାଲରେ ଧରାହେଲେ ଯାଜପୁର ଆରଡି ଜେଇ। ଆରଡି ଡିଭିଜନ, ଯାଜପୁର ର ଜୁନିଅର ଇଞ୍ଜିନିୟରିଂ ଭୀମସେନ ମହାରଣା ଙ୍କ ଠାରୁ ଓଡ଼ିଶା ଭିଜିଲାନ୍ସ୨.୦୩ ଲକ୍ଷ ଟଙ୍କା ସନ୍ଦେହଜନକ ଭାବେ ଜବତ କରିଛି। ଭୀମସେନ ମହାରଣା, ଜୁନିଅର ଇଞ୍ଜିନିୟର (ଜେଇ), ଆରଡି ଡିଭିଜନ, ଜରକା, କୁଆଖିଆ ସେକ୍ସନରେ କାର୍ଯ୍ୟରତ ଅଛନ୍ତି। ଜନୈକ କଣ୍ଟ୍ରାକ୍ଟରଙ୍କଠାରୁ ଲାଞ୍ଚ ବାବଦରେ ବିପୁଳ ଟଙ୍କା ନେଉଥିବା ସମ୍ପର୍କରେ ସୂଚନା ପାଇବା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଶ୍ରୀ ମହାରଣାଙ୍କ ଗତିବିଧି ଏବଂ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଥିଲା।ଆଜି ଓଡ଼ିଶା ଭିଜିଲାନ୍ସର ଦଳ ତାଙ୍କୁ କଟକର ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ NH-୧୬ ରେ ଅଟକାଇଥିଲେ ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରୁ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଣ୍ଟାପୁରଶାସନକୁ ତାଙ୍କ ବ୍ୟକ୍ତିଗତହୁଣ୍ଡାଇ ଆଇ-୨୦ କାର ଯୋଗେ ଯାଉଥିବା ସମୟରେ। ଅଟକାଇବା ସମୟରେ, ଶ୍ରୀ ମହାରଣାଙ୍କ ନିକଟରୁ ୨,୦୩,୯୪୦/- (ଦୁଇ ଲକ୍ଷ ତିନି ହଜାର ନଅ ଶହ ଚାଳିଶ ଟଙ୍କା) ଟଙ୍କା ମିଳିଥିଲା, ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ସମ୍ପୂର୍ଣ୍ଣ ନଗଦ ୨,୦୩,୯୪୦/- ଟଙ୍କା ଏବଂ ହୁଣ୍ଡାଇ ଆଇ-୨୦ କାର ଜବତ କରାଯାଇଛି। ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି।















