Home Odisha ୭ ଜିଲ୍ଲା‌ରେ ହେବ ୧୨ ନୂଆ ଏନ୍ଏସି: ଯାଜପୁର ଜିଲ୍ଲା ଏନଏସି ଘୋଷଣା ରେ ରହିଗଲା

୭ ଜିଲ୍ଲା‌ରେ ହେବ ୧୨ ନୂଆ ଏନ୍ଏସି: ଯାଜପୁର ଜିଲ୍ଲା ଏନଏସି ଘୋଷଣା ରେ ରହିଗଲା

୭ ଜିଲ୍ଲା‌ରେ ହେବ ୧୨ ନୂଆ ଏନ୍ଏସି: ଯାଜପୁର ଜିଲ୍ଲା ଏନଏସି ଘୋଷଣା ରେ ରହିଗଲା

230
0
nac
nac

ଭୁବନେଶ୍ବର: ରାଜ୍ୟର ୭ଟି ଜିଲ୍ଲାରେ ୧୨ଟି ନୂଆ‌ ଏନ୍‌ଏସି ଗଠନ ହେବ। ଏ ନେଇ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ଅନୁଗୁଳର ପାଳଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ବରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଳି, ଭଦ୍ରକର ତିହିଡ଼ି ଓ ଧୂଷୁରି। ଏହି ଅଞ୍ଚଳର ଲୋକମାନଙ୍କଠାରୁ ଅଭିଯୋଗ ଓ ପ୍ରସ୍ତାବ ମଗାଯାଇଛି। ଆସନ୍ତା ୩୦ଦିନ ମଧ୍ୟରେ ସେମାନଙ୍କ ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ରାଜ୍ୟ ସରକାର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବେ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ଅଭିଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌ରାଜ୍ୟରେ ୨୧ଟି ନୂଆ ଏନ୍‌ଏସି ଗଠନ ହେବ ବୋଲି ‌େଘାଷଣା କରିଥିଲେ। ଏହା ପରେ ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୨ଟିର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଖୁବ୍‌ଶୀଘ୍ର ବାକି ୯ଟି ନୂଆ ଏନ୍‌ଏସି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ୧୭% ସହରାଞ୍ଚଳ ଥିବାବେଳେ ରାଜ୍ୟ ସରକାର ୨୦୩୬ ସୁଦ୍ଧା ଏହାକୁ ୪୦, ୨୦୪୭ ସୁଦ୍ଧା ୬୦%ରେ ପହଞ୍ଚାଇବାକୁ ଯୋଜନା ରଖିଛନ୍ତି। ତେଣୁ ଆଗାମୀ ଦିନରେ ନୂଆ ଏନ୍‌ଏସି, ମ୍ୟୁନିସପାଲଟି ସଂଖ୍ୟା ଆହୁରି ବଢ଼ିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here