Home Lifestyle ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର

ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର

ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।

179
0

ଶୀତ ଦିନେ ତ୍ୱଚା ରୁକ୍ଷ ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ। ଏଥିପାଇଁ ଫଟା ଓଠରେ ବାରମ୍ବାର ଲିପ୍ ବାମ ଲଗାଇ ଥାନ୍ତି। ହେଲେ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ବଜାରରେ ମିଳୁଥିବା ଲିପ୍‌ବାମ ଓଠକୁ କଳା ପକାଇ ଦେଇଥାଏ। ତେଣୁ ଏପରି ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠ ଫାଟିବାରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ ।

ଘିଅ ବା ଲହୁଣୀ: ଶୀତ ଦିରେ ଆପଣଙ୍କ ଓଠ ଫାଟୁଛି ତାହା ହେଲେ ଗୁଆ ଘିଅକୁ ଓଠରେ ଲଗାନ୍ତୁ। ଏଥିସହ ଆପଣ ଲହୁଣୀ ଲଗାଇପାରିବେ। ବିଶେଷ କରି ରାତିରେ ଶୋଇବା ବେଳେ ଓଠରେ ଘିଅ ଲଗାଇ ଶୁଅନ୍ତୁ। ଫଳରେ ଓଠ ରୁକ୍ଷ ବଦଳରେ  ନରମ ରହିଥାଏ ।

ମହୁ: ଶୀତ ଦିନରେ ଓଠରେ ମହୁ ଲଗାଇପାରିବେ। ଏହା ଦ୍ୱାରା ଓଠ ନରମ ରହିଥାଏ। ମହୁରେ ପ୍ରାକୃତିକ ହାଇଡ୍ରେଟିଂ ଏଜେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ହୋଇ ରହିଥାଏ।

ନଡ଼ିଆ ତେଲ: ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ଓଠ ଫାଟୁଥିଲେ ନଡ଼ିଆ ଲଗାଲେ ଲାଭଦାୟକ ହୋଇଥାଏ।

ଆଲୋ ଭେରା ଜେଲ: ଆଲୋ ଭେରା ଜେଲକୁ ଫଟା ଓଠରେ ଲଗାଇଲେ ଲାଭ ଦାୟକ। ଏହା ବ୍ୟବହାର କରିବା ଦ୍ୱାରା ଆମର ଓଠ ଫଟା ଭଲ ହୋଇଯାଇଥାଏ।

LEAVE A REPLY

Please enter your comment!
Please enter your name here