Home National ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା

ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା

ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।

64
0

ପଞ୍ଜାବ ମୋହାଲିର ସୋହାନା ଗାଁରେ ଶନିବାର ୩ ମହଲା ବିଲ୍ଡିଂ ଭୁଶୁଡ଼ି ପଡିଥିଲା। ଆଜି ଭଗ୍ନାବଶେଷ ତଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ଜଣେ ୨୦ ବର୍ଷୀୟ ଯୁବତୀ ଅଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

କାର୍ଯ୍ୟକାରୀ ଡେପୁଟି କମିଶନର ବିରଜ ଏସ୍‌ ତିଡକେ କହିଛନ୍ତି ଯେ ଥିଓଗ ବାସିନ୍ଦା ଦୃଷ୍ଟି ବର୍ମାଙ୍କୁ ଗୁରୁତର ଅବସ୍ଥାରେ ଆବର୍ଜନା ଭିତରୁ ବାହାର କରି ସୋହାନା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଆହତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡିଛନ୍ତି। ସେପଟେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

ସେପଟେ ଏହି ଘଟଣାରେ ଘର ମାଲିକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ମୋହାଲି ବରିଷ୍ଠ ପୁଲିସ ଅଧୀକ୍ଷକ (ଏସଏସପି) ଦୀପକ ପାରିକ କହିଛନ୍ତି ଯେ ବିଲଡିଂ ମାଲିକ ପାରବିନ୍ଦର ସିଂହ ଏବଂ ଗଗନଦୀପ ସିଂହଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଆବର୍ଜନା ହଟାଇବା ପାଇଁ ଅନେକ ଅତ୍ୟାଧୁନିକ ଯନ୍ତ୍ର ନିୟୋଜିତ କରାଯାଇଛି।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ଭାଙ୍ଗି ଯାଇଥିବା କୋଠାର ସମସ୍ତ ତିନି ମହଲାରେ ଏକ ରୟାଲ୍‌ ଜିମ ଚାଲିଥିଲା। ଘଟଣା ସମୟରେ ଲୋକମାନେ ଜିମରେ ଅନେକ ଲୋକ ବ୍ୟାୟାମ କରୁଥିବା ସନ୍ଦେହ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟ ଆଗକୁ ବଢ଼ିପାରେ ବୋଲି କୁହାଯାଉଛି। ତେବେ କେଉଁ କାରଣରୁ କୋଠା ଭୁଶୁଡ଼ିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here