Home National ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କଲେ ଯୁବକ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କଲେ ଯୁବକ

122
0
rekha gupta
rekha gupta

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀରୁ ଆସିଲା ବଡ଼ ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କଲେ ଯୁବକ । ଜନଶୁଣାଣି ବେଳେ ହୋଇଛି ଆକ୍ରମଣ । ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବା ବେଳେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିଛନ୍ତି । ନିଜ ଅଭିଯୋଗ ନେଇ ମୁଖ୍ଯମନ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ଯୁବକ ହଠାତ୍ ରେଖାଙ୍କୁ ଚାପୁଡା ମାରିଥିବା ସୂଚନା ମିଳିଛି ।ତେବେ ସୂଚନା ଅନୁସାରେ ୩୫ ବର୍ଷୀୟ ଯୁବକ ଜଣକ କିଛି କାଗଜ ନେଇ ମୁଖ୍ଯମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ ଏବଂ ଜୋରରେ ଚିଲେଇଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଲେ । ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଆକ୍ରମଣର କାରଣ ଜଣାପଡିନି । ଘଟଣାକୁ ଦିଲ୍ଲୀ ବିଜେପି ନିନ୍ଦା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ନେଇ ବିରାଟ ପ୍ରଶ୍ନ ଉଠିଛି । 

LEAVE A REPLY

Please enter your comment!
Please enter your name here