Home Odisha ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

49
0

ମହିଳା, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଦେଖିବା ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି |

ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା। ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ୧ ତାରିଖରୁ ନିୟମିତ ଧାଡ଼ି ଦର୍ଶନ କରିବେ ଭକ୍ତ।  ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ୨୭ ଓ ୨୮ ତାରିଖରେ ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ କରାଯିବ। ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ତାରିଖରେ ଧାଡି ଦର୍ଶନ କରାଯିବ। ୧ ତାରିଖରୁ ନିୟମିତ ଧାଡ଼ି ଦର୍ଶନ କରିବେ ଭକ୍ତ।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଭକ୍ତମାନେ ସାତ ପାହାଚ ଦେଇ ଭିତରକୁ ଆସିବେ। ଶ୍ରୀଜିଉଙ୍କୁ ଦର୍ଶନ କରି ସାରିକି ଘଣ୍ଟି ଦ୍ୱାର ଓ ଗାରଦ ଦ୍ୱାର ଦେଇ ସେମାନେ ବାହାରକୁ ବାହାରିବେ। ଏଭଳି ବ୍ୟବସ୍ଥା କରାଯାଉଛି। ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେଥି ପାଇଁ ଭିନ୍ନ ଏକ ବ୍ୟବସ୍ଥା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ପ୍ରସ୍ଥାନ କରିବେ ଓ ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ। ଏଥିପାଇଁ ବ୍ୟବସ୍ଥା କରାଯାଉଛି। 

ଯେଉଁ ଜାଗାରେ କାମ ଚାଲିଛି ଗତକାଲି ମୁଁ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ  ଘଟଣାସ୍ଥଳକୁ ଯାଇ ତାର ସମୀକ୍ଷା କରିଥିଲୁ। କାମ ବି ସନ୍ତୋଷ ଜନକ ଭାବେ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ବ୍ୟବସ୍ଥା ଯାହା କରାଯାଉଛି ଭକ୍ତମାନେ ନିଶ୍ଚିତ ଉପକୃତ ହେବେ। ଏନେଇ ସମସ୍ତଙ୍କ ସାଙ୍ଗରେ ବିଚାର ବିର୍ମଷ କରାଯାଇ କରାଯିବ ଦରକାର ଥିଲା।

LEAVE A REPLY

Please enter your comment!
Please enter your name here